ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଶ୍ରୀଲଙ୍କାକୁ ପ୍ରଥମ ଦିନିକିଆରେ ମାତ ଦେଇଛି । ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର ଖେଳାଳି ମାର୍କସ ଷ୍ଟୋଇନସ ଆହତଜନିତ କାରଣରୁ ଦଳରୁ ବାଦ ପଡିଛନ୍ତି । ସେ ପ୍ରଥମ ଦିନିକିଆରେ ୩୧ ବଲରୁ ୪୪ ରନ କରିଥିଲେ । ଅଷ୍ଟ୍ରେଲିଆ ଟିମ ପୂର୍ବରୁ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛି । ଦିନିକିଆ ସିରିଜରେ ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ, କେନ ରିଚାର୍ଡସନ ଓ ସିନ ଆବାର୍ଟଙ୍କ ଭଳି ଖେଳାଳି ଆହତଜନିତ କାରଣରୁ ଖେଳୁନାହାଁନ୍ତି ।