ବଢିବ ଆଇପିଏଲ ମ୍ୟାଚ ସଂଖ୍ୟା: ବିସିସିଆଇ

ଆଗାମୀ ସଂସ୍କରଣରେ ଆଇପିଏଲର ପାଞ୍ଚ ସଂଖ୍ୟା ବଢିବ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗଣମାଧ୍ୟମ…

ନୂଆଦିଲ୍ଲୀ : ଆଗାମୀ ସଂସ୍କରଣରେ ଆଇପିଏଲର ପାଞ୍ଚ ସଂଖ୍ୟା ବଢିବ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗଣମାଧ୍ୟମ ଅଧିକାର ପାଇଁ ୪୮,୩୯୦ କୋଟି ଟଙ୍କାର ରାଜସ୍ୱ ହାସଲ ପରେ ବିସିସିଆଇ ସଂପାଦକ ଜୟ ଶାହ ଦାବି କହିଛନ୍ତି ଯେ, ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ ଲିଗର ସମୟ ବୃଦ୍ଧି କରାଯିବ । ଏଥିସହ ମ୍ୟାଚ ସଂଖ୍ୟା ବଢାଯିବ । ଶାହ କହିଛନ୍ତି ଆଇପିଏଲର ସମୟ ସୀମା ବଢାଇବା ନେଇ ବିସିସିଆଇ ଲଗାତାର ଆଇସିସି ଏବଂ ଅନ୍ୟ ଦେଶ ସହିତ ଯୋଗାଯୋଗରେ ଅଛି । ଶାହ କ୍ରିକବଜ ସହ ଆଲୋଚନା ବେଳେ କହିଛନ୍ତି, ଆମେ ନିଜର ସାଥୀ ସଦସ୍ୟ ବୋର୍ଡ ଏବଂ ଆଇସିସି ସହିତ ଆଇପିଏଲ ପାଇଁ ଏକ ବଡ ୱିଣ୍ଡୋ ବିଷୟରେ ଆଲୋଚନା କରୁଛୁ ।

ଆଇପିଏଲ ଏମିତି ଏକ ମଞ୍ଚ ଯେଉଁଠି ବିଶ୍ୱର ବଡ ବଡ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ଆଇପିଏଲ ୨୦୨୨ ସିଜିନରେ ୧୦ ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ୭୪ଟି ମ୍ୟାଚ ଖେଳା ଯାଇଛି ।