ସାଇରାକୁଜ: ୧୯୯୧ ମସିହାରେ ଜନୈକା ମହିଳା ତକ୍ରାଳୀନ ବକ୍ସର ମାଇକ୍ ଟାଇସନ୍ଙ୍କ ଦୁଷ୍କର୍ମର ଶିକାର ହୋଇଥିବା ମାମଲା ଉଠାଇ ଏବେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଆବେଦନକାରିଣୀ ଏକ ପୁରୁଣା ଚିଠିକୁ କୋର୍ଟରେ ଦାଖଲ କରି ସେଥିରେ ଉଲ୍ଲେଖ କରାଯାଇଥିବା ସ୍ୱୀକାରନାମା ପ୍ରତି ସଦୟ ଦୃଷ୍ଟି ପକାଇବାକୁ ପ୍ରାର୍ଥନା କରିଛନ୍ତି । ଟାଇସନ୍ଙ୍କ ଓକିଲ ଡାନିଏଲଙ୍କ ଦ୍ୱାରା ଲିଖିତ ଉକ୍ତ ଚିଠିରେ ଲେଖାଯାଇଛି ଯେ ଅଭିଯୋଗକାରିଣୀ ସ୍ୱେଚ୍ଛାକୃତ ଭାବେ ତାଙ୍କ ଅଭିଯୋଗକୁ ପ୍ରତ୍ୟାହାର କରି ନେଉଛନ୍ତି ଓ ମାମଲାକୁ ଗୌଣ ମନେ କରୁଛନ୍ତି ।