ବଦଳିଲା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ସମୟ

ସାଧାରଣତଃ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍‌ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥାଏ…

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୁଲାଇ ୧ରୁ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚୁ କ୍ରିକେଟ ପ୍ରେମୀ ଚାହିଁ ରହିଛନ୍ତି । ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଏହା ହେଉଛି ନିର୍ଣ୍ଣାୟକ ମୁକାବିଲା । ଏହା ମଧ୍ୟରେ ଇଂଲଣ୍ଡ କ୍ରିକେଟ ବୋର୍ଡ ମ୍ୟାଚ୍‌ ସମୟରେ ପରିବର୍ତ୍ତନ କରିଛନ୍ତି । ଭାରତୀୟ ପ୍ରଶଂସକଙ୍କ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ମ୍ୟାଚକୁ ଅଧା ଘଣ୍ଟା ଆଗରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଯଦ୍ୱାରା ଭାରତୀୟ ସମୟ ଅନୁସାରେ ମ୍ୟାଚ୍‌ ଖେଳାଯାଇ ପାରିବ । ରିପୋର୍ଟ ଅନୁଯାୟୀ, ଜୁଲାଇ ୧ରୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ ଏବେ ସ୍ଥାନୀୟ ସମୟ ସକାଳ ୧୦ଟା ୩୦ରୁ ଆରମ୍ଭ ହେବ । ସାଧାରଣତଃ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍‌ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥାଏ । ତେବେ ସମୟ ପରିବର୍ତ୍ତନ ପରେ ଭାରତୀୟ ସମୟ ଅନୁସାରେ ଟେଷ୍ଟ ମ୍ୟାଚ ଅପରାହ୍ନ ୩ଟାରୁ ଆରମ୍ଭ ହେବ ।

ପୂର୍ବ ଏହି ଟେଷ୍ଟ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବାର ଥିଲା । ଯଦି ମ୍ୟାଚ ୩ଟାରୁ ଆରମ୍ଭ ହୁଏ ତେବେ ରାତି ୧୦ଟା ସୁଦ୍ଧା ଖେଳ ଶେଷ ହେବ । ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ଭାରତରେ ବସିଥିବା ଦର୍ଶକ ସହଜରେ ଦୀର୍ଘ ସମୟ ଧରି ମ୍ୟାଚ ଦେଖି ପାରିବେ । ଭାରତରେ ଟେଷ୍ଟ ମ୍ୟାଚ ସାଧାରଣତଃ ପୂର୍ବାହ୍ନ ୯ଟା୩୦ରେ ଆରମ୍ଭ ହୁଏ ଏବଂ ସନ୍ଧ୍ୟା ୫ଟାରେ ଶେଷ ହଏ । ମାତ୍ର ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳର ସମୟ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟ ୬ଟା ଯାଏଁ ରହିଛି । ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସଂପ୍ରତି ୨-୧ରେ ଅଗ୍ରଣୀ ହାସଲ କରିଛି ।