ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କୁ ପୁଣିଥରେ କ୍ରିଜରେ ଦେଖିବାକୁ ମିଳିବ । ସେ ଟିମ୍ ଇଣ୍ଡିଆର ଜଣେ ସଫଳତାର ଯୋଦ୍ଧା । ସେ ଦୁଇ ବର୍ଷ ତଳେ ସେ ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କରିଥିବା ବେଳେ ଏବେ ପୁଣିଥରେ କ୍ରିଜ୍କୁ ଓହ୍ଲାଇବାକୁ ସଙ୍କେତ ଦେଇଛନ୍ତି । ଯୁବରାଜ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଫେବୃଆରୀ ୨୦୨୨ରେ ପୁଣିଥରେ ଫିଲ୍ଡରେ ପଦାର୍ପଣ କରିବା ନେଇ ଉଲ୍ଲେଖ କରିଛନ୍ତି । ଯୁବରାଜଙ୍କ ଏହି ଭବିଷ୍ୟବାଣୀ କେତେ ଫଳପ୍ରଦ ତାହା ଆଗକୁ ଦେଖିବେ କ୍ରିକେଟ୍ ପ୍ରେମୀ । ସୋସିଆଲ ମିଡିଆରେ ନିଜ ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଆପଣଙ୍କ ଲକ୍ଷ୍ୟସ୍ଥଳ ଭଗବାନ ସ୍ଥିର କରିଛନ୍ତି । ଲୋକଙ୍କ ଭଲପାଇବା ପାଇଁ ମୁଁ ଆଉଥରେ ଫେବୃଆରୀ ୨୦୨୨ରେ ବ୍ୟାଟ ଧରି ପଡ଼ିଆକୁ ଓହ୍ଲାଇବି । ମୁଁ ଏଥିପାଇଁ ସମସ୍ତଙ୍କ ପାଖରେ କୃତଜ୍ଞ ବୋଲି ସେ ଉଲ୍ଲେଖ କରିଛନ୍ତି ।