ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଦଳରେ ବଡ ଧରଣ ଅଦବଦଳ ହୋଇପାରେ ବୋଲି ଏକ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ଯେ, ଟେଷ୍ଟ ସିରିଜ ଖେଳିବାକୁ ଭାରତ ଗସ୍ତରେ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବ । ଅନ୍ୟପକ୍ଷରେ ଖରାପ ପ୍ରଦର୍ଶନ ପାଇଁ ଏହି ଟେଷ୍ଟ ସିରିଜରୁ ଆଜିଙ୍କ୍ୟ ରାହାଣେଙ୍କ ସହ ୪ ବରିଷ୍ଠ ଖେଳାଳିଙ୍କୁ ବାହାରେ ବସିବାକୁ ପଡିପାରେ । ଏକ ରିପୋର୍ଟ ମୁତାବକ ଅଜିଙ୍କ୍ୟ ରାହାଣେଙ୍କ, ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା ଓ ଋଦ୍ଧିମାନ ଶାହଙ୍କୁ ଟେଷ୍ଟ ସିରିଜରୁ ବାଦ ପଡିବେ । ତେବେ ଚୟନକର୍ତ୍ତା କିଛି ନୂଆ ଖେଳାଳିଙ୍କୁ ସାମିଲ କରିପାରନ୍ତି ।
ଏନେଇ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଓ ଦଳର ମ୍ୟାନେଜମେଣ୍ଟ ସଦସ୍ୟଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ରାହାଣେ ଓ ପୂଜାରା ଦୀର୍ଘ ଦିନ ହେଲା ଭଲ ଫର୍ମରେ ନାହାନ୍ତି । ତାଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିପାରେ ବୋଲି ସୂଚନା ମିଳିଛି ।