ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ସିଜିନରେ ଏଭଳି କିଛି ଘଟଣା ଘଟିଥିଲା ଯାହା ଏବେ ପୁଣି ଚର୍ଚ୍ଚାରେ । ତେବେ ୨୦୦୮ ମସିହାର ନିଜର ଭୁଲ ଓ ରାଗ ପାଇଁ ଏବେ ବି ଅନୁତାପ କରୁଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂହ । ଦ୍ରୁତ ବୋଲର ଏସ ଶ୍ରୀସନ୍ତଙ୍କୁ ଚାପୁଡା ମାରିବା ଘଟଣାରେ ସମାଲୋଚନାର ଶିକାର ହୋଇଥିବା ଭଜି ଆଜି ଯାଏଁ ବି ସେ କଥାକୁ ମନେ ରଖିଛନ୍ତି । ୧୪ ବର୍ଷ ପରେ ନିଜର ଭୁଲ ମାନିଛନ୍ତି ହରଭଜନ ସିଂହ । ସେହି ଘଟଣାକୁ ନେଇ ପଶ୍ଚାତାପ ମଧ୍ୟ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଶ୍ରୀସନ୍ତଙ୍କୁ ଚାପୁଡା ମାରିବା ଉଚିତ ନଥିଲା । ସେ ଦିନ ଯାହା ହୋଇଥିଲା ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କର ଭୁଲ ଥିଲା । ସେ ଦିନ ଯାହା ବି ହୋଇଥିଲା ସେଥିରେ ଭୁଲ ଥିଲା ବୋଲି ସେ ସ୍ୱୀକାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ସେତେବେଳେ ହରଭଜନ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଥିଲେ ଏବଂ ଶ୍ରୀସନ୍ତ ଥିଲେ କିଙ୍ଗସ ଇଲେଭେନ ପଞ୍ଜାବର ଷ୍ଟାର ବୋଲର । ଶ୍ରୀସନ୍ତଙ୍କୁ ଚାପୁଡା ମାରିବା ଘଟଣାରେ ପୁରା ସିଜିନରୁ ବାଦ ପଡିଥିଲେ ଭଜି । ଏହ ସହିତ ୫ଟି ଦିନିକିଆ ମ୍ୟାଚରୁ ମଧ୍ୟ ହରଭଜନଙ୍କୁ ବ୍ୟାନ୍ କରିଥିଲା ବିସିସିଆଇ । ପୂର୍ବରୁ ମଧ୍ୟ ହରଭଜନ ଅନେକ ଥର ଏହି ଘଟଣାକୁ ନେଇ ପଶ୍ଚାତାପ କରିଛନ୍ତି ।