ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ତୃତୀୟ ଦିନିକିଆ । ବିଶ୍ବକପ ପୂର୍ବରୁ ଉଭୟ ଦଳ ନିଜର ଶେଷ ଦିନିକିଆ ମ୍ୟାଚ ଖେଳିବେ। ଘରୋଇ ଭାରତ ୨-୦ରେ ଆଗୁଆ ରହି ଶୃଙ୍ଖଳା ଜିତି ସାରିଛି । ଦଳ ନିକଟରେ ଶୃଙ୍ଖଳା ମୂଳପୋଛ କରିବା ନେଇ ବଡ ସୁଯୋଗ ରହିଛି। ଦୁଇ ଦଳ ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ଖେଳୁଥିବାରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବାର ଲକ୍ଷ୍ୟ ରଖିଛନ୍ତି।