ଟିମ ଇଣ୍ଡିଆର ସେନ ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କିମ୍ବଦନ୍ତୀ ତଥା ମହାନ ବୋଲର ସେନ ୱର୍ଣ୍ଣଙ୍କ ଶୁକ୍ରବାର ଦିନ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଯାହାକୁ ନେଇ କ୍ରିକେଟ ଜଗତ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଭାରତୀୟ ଦଳର ସମସ୍ତ ସଦସ୍ୟ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ତଥା ମହାନ ବୋଲର ସେନ ୱର୍ଣ୍ଣଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ହାତରେ କଳାପଟି ବାନ୍ଧି ପଡିଆକୁ ଓହ୍ଲାଇଥିଲେ ।

ସେହିପରି ତାଙ୍କ ସ୍ମୃତିରେ ଉଭୟ ଭାରତ ଓ ଶ୍ରୀଲଙ୍କା ସମସ୍ତ ଖେଳାଳି ଦୁଇ ମିନିଟ ଧରି ନିରବ ପ୍ରାର୍ଥନା କରିଥିଲେ । ଏହାସହ ଟିମ ଇଣ୍ଡିଆର ସମସ୍ତ ଫର୍ମାଟର ଅଧିନାୟକ ରୋହିତ କହିଛନ୍ତି ଯେ, ୱର୍ଣ୍ଣଙ୍କ ଦେହାନ୍ତ ଖବର ଶୁଣି ସେ ଖୁବ ମର୍ମାହତ ହୋଇଛନ୍ତି । ଏହା କ୍ରିକେଟ ଜଗତ ପାଇଁ ବହୁତ ବଡ ଝଟକା ସଦୃଶ୍ୟ । ଅନ୍ୟପକ୍ଷରେ ସେ ସବୁବେଳେ ଯୁବ ଖେଳାଳିଙ୍କୁ ପ୍ରେରଣା ଦେଉଥିଲେ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ।