ଟ୍ବେଣ୍ଟି-୨୦ ମ୍ୟାଚ୍‌ : ଆଜି ଭାରତ-ବାଂଲାଦେଶ ମୁକାବେଲା

ଆଜି ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଉଭୟ ଦଳ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛନ୍ତି । ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ଖେଳାଳିଙ୍କୁ ନୂଆ ପିଚ୍‌କୁ ନେଇ ଚିନ୍ତା ଘାରିଛି । ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍‌ର ନୂଆ ପିଚ୍‌ ଧିମା ରହିବା ଆଶଙ୍କା ଅଛି । ତେଣୁ ପିଚ୍‌ ଓ ପରିବେଶ ଉଭୟ ଦଳ ପାଇଁ ସଂପୂର୍ଣ୍ଣ ନୂଆ ରହିବାକୁ ଯାଉଛି । ବାଂଲାଦେଶ ମଧ୍ୟମକ୍ରମ ବ୍ୟାଟର୍‌ ତୋହିଦ ହୃଦୟ ମଧ୍ୟ ଏହି ବିଷୟକୁ ସ୍ବୀକାର କରିବା ସହିତ ନୂଆ ପିଚ୍‌କୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।