ଭାରତରେ କରୋନା ବିପଦ ଟଳିନଥିବାରୁ ବିସିସିଆଇ ଟି୨୦ ବିଶ୍ୱକପ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଛି । ଟି୨୦ ବିଶ୍ୱକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତରେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି ୩ୟ ଲହର ଆସିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ୟୁଏଇରେ ବିଶ୍ୱକପ ଆୟୋଜନ ପାଇଁ ବିଚାର କରାଯାଉଛି ଓ ଖୁବ ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଆମେ ସ୍ଥିତି ଉପରେ ନଜର ରଖିଛୁ ଓ ଖେଳାଳିମାନଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତା ଉପରେ ପ୍ରାଥମିକତା ଦିଆଯାଉଛି । ଟି-୨୦ ବିଶ୍ୱକପ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ । ଏହାର ଫାଇନାଲ ନଭେମ୍ବର ୧୪ରେ ହେବା ନେଇ କ୍ରୀଡାସୂଚୀ ଘୋଷଣା ହୋଇଛି । ଶନିବାର କହିଛନ୍ତି ଯେ କୋଭିଡ୍ -19 ପାଣ୍ଡେମିକ୍.ଭାଇସ୍ କାରଣରୁ ଟି -20 ବିଶ୍ୱକପକୁ ଭାରତରୁ ୟୁଏଇକୁ ସ୍ଥାନାନ୍ତର କରିବାକୁ ପଡିପାରେ।