ନୂଆଦିଲ୍ଲୀ: ଆଣ୍ଟଗୁଆସ୍ଥିତ କୁଲୀଜ କ୍ରିକେଟ ଗ୍ରାଉଣ୍ଡରେ ଆଜିଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ ଖେଳାଯିବ । ସେମିଫାଇନାଲ ମ୍ୟାଚ ରୋମାଞ୍ଚକର ହୋଇପାରେ ।
ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିବା ପୂର୍ବରୁ ଗତ ଶନିବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ବାଂଲାଦେଶକୁ ୫ ୱିକେଟ୍ରେ ପରାସ୍ତ କରିଥିଲା । ଭାରତୀୟ ଟିମ୍ର ବିଜୟରେ ବୋଲରଙ୍କ ବଡ଼ ଭୂମିକା ରହିଥିଲା। ୧୧୨ ରନ୍ ଲକ୍ଷ୍ୟରେ ଭାରତ ନିଜର ଇନିଂସ ଆରମ୍ଭ କରିଥିଲା । ଭାରତ ବିନା କୌଣସି ରନ୍ରେ ହରମୁନ ସିଂହଙ୍କ ୱିକେଟ୍ ହରାଇଥିଲା । ପରେ ଅଙ୍ଗକୃଷ୍ଣ ରଘୁବଂଶୀ ଓ ଉପଅଧିନାୟକ ଶେଖ୍ ରଶୀଦ ୭୦ ରନ୍ର ଭାଗିଦାରୀ ବଳରେ ଭାରତକୁ ଆଶ୍ୱସ୍ତି ପ୍ରଦାନ କରିଥିଲେ । ରଘୁବଂଶୀ ୪୪ ରନ୍ ଓ ରଶୀଦ ୨୬ ରନ୍ ସଂଗ୍ରହ କରିଥିଲେ । ଭାରତ ୩୦.୫ ଓଭରରେ ୧୧୭ ରନ୍ ସଂଗ୍ରହ କରିବା ସହିତ ମ୍ୟାଚ ଜିତିଥିଲା। କୌଶିକ ତାମ୍ବେ ଦର୍ଶନୀୟ ଛକା ମାରି ଭାରତକୁ ବିଜୟ ଦେଇଥିଲେ ।