ନୂଆଦିଲ୍ଲୀ : ଏସିଆ କପ ୨୦୨୨ରେ ଭାରତ ସୁପର୪ ହିଁ ବିଦାୟ ନେଇଥିଲା । କିନ୍ତୁ ବିରାଟ କୋହଲିଙ୍କ ଧମାକାଦାର ବ୍ୟାଟିଂ କରିଥିଲେ ରନ ମେସିନ । ଯାହାର ଫାଇଦା ଟି-୨୦ ବ୍ୟାଟିଂ ରାଙ୍କିଂରେ ଦେଖିବାକୁ ମିଳିଛି । ଟି-୨୦ ରାଙ୍କିଂରେ କୋହଲି ଏକାଥରେ ୧୪ଟି ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ରହିଛନ୍ତି । ସେହିଭଳି ହାସରଙ୍ଗା ୩ଟି ସ୍ଥାନ ଉପରକୁ ଉଠି ୬ଷ୍ଠ ସ୍ଥାନରେ ରହିଛନ୍ତି ।
ବ୍ୟାଟିଂ ରାଙ୍କିଂରେ ଭାରତର ସୂର୍ଯ୍ୟକୁମାର ଯାଦବ ୪ର୍ଥ ସ୍ଥାନରେ ରହିଛନ୍ତି । ସେହିଭଳି ଅଧିନାୟକ ରୋହିତ ଶର୍ମା ଟି-୨୦ ରାଙ୍କିଂରେ ୧୪ତମ ସ୍ଥାନରେ ଅଛନ୍ତି । ଟି-୨୦ ରାଙ୍କିଂର ପ୍ରଥମ ସ୍ଥାନରେ ରହିଛନ୍ତି ପାକିସ୍ତାନ ଓପନର ମହମ୍ମଦ ରିଜୱାନ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଆଇଡେନ ମାର୍କରମ, ତୃତୀୟରେ ପାକିସ୍ତାନ ଅଧିନାୟକ ବାବର ଆଜମ, ୪ର୍ଥରେ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି । ସେହିଭଳି ଟି-୨୦ ବୋଲିଂ ତାଲିକାରେ ଭୁବନେଶ୍ୱର କୁମାରଙ୍କ ବ୍ୟତିତ ଅନ୍ୟ କୌଣସି ବୋଲର ଟପ-୧୦ ମଧ୍ୟରେ ନାହାନ୍ତି ।