ବିରାଟ ଖୁବଶୀଘ୍ର ଫର୍ମକୁ ଫେରିବେ: ସୋଏବ

ବିରାଟ ଯେବେ ଫର୍ମକୁ ଫେରିବେ ସେତେବେଳେ ସେ ଭିନ୍ନ ବିରାଟ ଭାବେ ଉଭା ହେବେ….

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଫର୍ମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ବିରାଟଙ୍କ ପାଇଁ ବାହାରିଛନ୍ତି । ଏହାସହ ସେ ସମାଲୋଚକଙ୍କୁ କଡା ଜବାବ ମଧ୍ୟ ଦେଇଛନ୍ତି । ଏହାସହ ବିରାଟ ଖୁବଶୀଘ୍ର ଫର୍ମକୁ ଫେରିବେ ବୋଲି ସୋଏବ ଆଶା କରିଛନ୍ତି । ସୋଏବ କହିଛନ୍ତି ଯେ, ବିରାଟଙ୍କୁ ନିଜ ସମାଲୋଚକ ଓ ସୋସିଆଲ ମିଡିଆଠୁ ଦୂରରେ ରହିବାକୁ ହେବ । ବିରାଟ ୭୦ ଶତକ ଲଗାଇଛନ୍ତି । ଏହା କୌଣସି କ୍ୟାଣ୍ଡିକ୍ରସ ଗେମ ନୁହେଁ । ମହାନ ଖେଳାଳି ହିିଁ ଏତେ ଶତକ ଲଗାଇପାରିବେ । ଜଣେ ସାଧାରଣ ଖେଳାଳି ଏପରି କଦାପି କରିପାରିବେ ନାହିଁ । ବିରାଟ ଯେବେ ଫର୍ମକୁ ଫେରିବେ ସେତେବେଳେ ସେ ଭିନ୍ନ ବିରାଟ ଭାବେ ଉଭା ହେବେ ।

ସେ ଆହୁରି କହିଛନ୍ତି ଯେ, ବିରାଟଙ୍କୁ ନିଜର ନେତୃତ୍ୱ ସମୟର ଦିନକୁ ଭୁଲିବାକୁ ହେବ । ଏହାଠୁ ଆଗକୁ ବଢି କେବଳ ଜଣେ ବ୍ୟାଟର ଭାବେ ଖେଳ ଉପରେ ଫୋକସ୍‌ କରିବାକୁ ପଡିବ । ରନ ନକଲେ ଲୋକେ ସମାଲୋଚନା କରିବେ । ଏହାଦ୍ୱାରା ବିରାଟ ଆହୁରି ଶକ୍ତିଶାଳୀ ହେବେ । ଆହୁରି ୩୦ ଶତକ କରିବାର ଅଛି । କେବଳ ଏତିକି ନୁହେଁ, ବିରାଟଙ୍କୁ କ୍ରିକେଟ ସହ ରହିବାକୁ ହେବ ।