ଯୁବରାଜଙ୍କ ପରି ୬ଟି ଛକା ମାରିବାକୁ ଚାହୁଁଥିଲି: ସୂର୍ଯ୍ୟକୁମାର

ସୂର୍ଯ୍ୟକୁମାର କହିଥିଲେ ମୁଁ ଚେଷ୍ଟା କରୁଥିଲି କିନ୍ତୁ ହୋଇପାରିଲାନି……

ନୂଆଦିଲ୍ଲୀ: ହଂକଂ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇନିଂସ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଛି । ସେ ଶେଷ ଓଭରରେ ଗୋଟିଏ ପରେ ଗୋଟିଏ ବଡ ସର୍ଟ ଖେଳିଥିଲେ । ଏହି ଇନିଂସରେ ସୂର୍ଯ୍ୟକୁମାର ୨୬ଟି ବଲ ଖେଳି ୬୮ ରନ କରିଥିଲେ । ତାଙ୍କ ଇନିଂସରେ ୬ଟି ଚୌକା ଓ ୬ ଛକା ମାରିଥିଲେ । ସେ ଇନିଂସର ଶେଷ ଓଭରରେ ଚାରିଟି ଛକା ମାରିଥିଲେ ।

ସୂର୍ଯ୍ୟକୁମାର କହିଥିଲେ ମୁଁ ଚେଷ୍ଟା କରୁଥିଲି କିନ୍ତୁ ହୋଇପାରିଲାନି । ଏହି ସମୟରେ ସେ ପୂର୍ବତନ ଖେଳାଳି ଯୁବରାଜଙ୍କ ଇନିଂସକୁ ସେ ମନେ ପକାଇ କହିଥିଲେ, ‘ଯୁବରାଜ ଯାହା କରିଥିଲେ ତାହା ଚମତ୍କାର ଥିଲା ।