ତେନ୍ଦୁଲକରଙ୍କୁ ସାହାଯ୍ୟ ଲୋଡିଲେ ୱେଷ୍ଟଇଣ୍ଡିଜ ଖେଳାଳି
ଅର୍ଥାଭାବ କାରଣରୁ କ୍ୟାରିବିୟାନ କ୍ରିକେଟକୁ ବହୁତ ପ୍ରଭାବିତ କରିଛି….
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ କ୍ରିକେଟର ତୃଣମୂଳସ୍ତରର ସ୍ଥିତିରେ ସୁଧାର ପାଇଁ ୱେଷ୍ଟଇଣ୍ଡିଜର ପୂର୍ବତନ ଦ୍ରୁତ ବୋଲର ଭିଷ୍ଟନ ବେଞ୍ଜାମିନ ସଚିନ ତେନ୍ଦୁଲକରଙ୍କ ସାହାଯ୍ୟ ଲୋଡିଛନ୍ତି । କ୍ରିକେଟ ୱେଷ୍ଟଇଣ୍ଡିଜ ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ନିଜ କ୍ରିକେଟକୁ ସଠିକ ଭାବେ ସଞ୍ଚାଳନ ପାଇଁ ଆର୍ଥିକ ଭାବେ ସ୍ଥିର ନାହିଁ ୱେଷ୍ଟଇଣ୍ଡିଜ । ଅର୍ଥାଭାବ କାରଣରୁ କ୍ୟାରିବିୟାନ କ୍ରିକେଟକୁ ବହୁତ ପ୍ରଭାବିତ କରିଛି । ୱେଷ୍ଟଇଣ୍ଡିଜ କ୍ରିକେଟର ସୁଧାର ପାଇଁ ବେଞ୍ଜାମିନ କିଛି ସାହାଯ୍ୟ ଆଶାରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ସାହାରା ନେଇଛନ୍ତି । ତାଙ୍କ କହିବା କଥା ସାହାଯ୍ୟ ପାଇଁ ଟଙ୍କାର ଆବଶ୍ୟକ ନାହିଁ ।
କେବଳ କ୍ରିକେଟ୍? ପାଇଁ ବ୍ୟାଟ କିମ୍ବା ବଲ ଏବଂ ଅନ୍ୟ ଉପକରଣ ଯୋଗାଇଲେ ବହୁତ କିଛି ହେବ । ବେଞ୍ଜାମିନଙ୍କ କହିଛନ୍ତି, ମୋତେ ପଇସା ଦରକାର ନାହିଁ । ମୁଁ ଚାହୁଁଛି ସାହାଯ୍ୟ ଭାବେ କ୍ରିକେଟ ଉପକରଣ ଯୋଗାଇ ଦିଆଯାଉ । ଯଦ୍ୱାରା ଯୁବ ପିଢିଙ୍କୁ ଏହା ଦେଇ ପାରିବି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଅନୁରୋଧ କରିଛନ୍ତି ଯେ, ମିଷ୍ଟର ତେନ୍ଦୁଲକର…ଯଦି ଆପଣ ସ୍ଥିତିରେ ଅଛନ୍ତି ତେବେ କଣ ଆପଣ ମୋତେ ସାହାଯ୍ୟ କରି ପାରିବେ । ସେ ନିଜର ଫୋନ ନମ୍ବର ସେୟାର କରି ସଚିନଙ୍କୁ ତାଙ୍କ ସହ କଥା ହେବାକୁ କହିଛନ୍ତି ।