‘କଣ୍ଡୋମ’ ଲାଗି ଜିତିଲି ମେଡାଲ : କାହିଁକି ଏମିତି କହିଲେ ?

ଟୋକିଓ : ଟୋକିଓ ଅଲିମ୍ପିକ୍ସକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ସବୁବେଳେ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏପରି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଷ୍ଟ୍ରେଲିଆର ଜେସିକା ଫକ୍ସ ନିକଟରେ କାନୋଇ ସ୍ଲେଲମ ବା ବୋଟିଂରେ ବ୍ରୋଞ୍ଜ ପଦକ ଜିତିବା ସହ ଏକ ସୁନା ପଦକ ମଧ୍ୟ ନିଜ ନାଁରେ କରିଛନ୍ତି । ଏଥିପାଇଁ ସେ ଏକ କଣ୍ଡୋମକୁ ଧନ୍ୟବାଦ ଦେଇଛନ୍ତି ।

ସେ ନିକଟରେ ଏକ ଭିଡିଓ ଟିକଟକରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କଣ୍ଡୋମ ଧରିଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ସହ ସେ ଲେଖିଥିଲେ ଯେ, କଣ୍ଡୋମ ଡଙ୍ଗାରେ ବ୍ୟବହୃତ ବାୟକ କାତକୁ ମରାମତି କରିବାରେ ସଫଳ ହୁଏ । ଆହୁଲା ହାତରୁ ନଖସିବା ପାଇଁ ଏହାର ବ୍ୟବହାର କରାଯାଏ । ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ବ୍ୟକ୍ତି ସର୍ବପ୍ରଥମେ ବେସିନରେ କାର୍ବନ ମିଶ୍ରଣ ଲଗାଉଛନ୍ତି । ପରେ ମିଶ୍ରଣକୁ ସୁରକ୍ଷିତ କରିବାକୁ କଣ୍ଡୋମର ଉପଯୋଗ କରୁଛନ୍ତି । ଜେସିକା ଆହୁରି ଲେଖିଥିଲେ ୟେ, ଏହା କାର୍ବନକୁ ଆହୁରି ଚିକ୍କଣ କରିଥାଏ । ଯାହା କାୟକରେ ବ୍ୟବହାର ହୁଏ । ସୂଚନା ଅନୁସାରେ ଏହି ଅଲିମ୍ପିକ୍ସ ଆୟୋଜନ ସମିତି କହିଥିଲା ଯେ, ଯେଉଁ କଣ୍ଡୋମ ବଣ୍ଟାଯାଇଛି ଯାହା କ୍ରୀଡାଗ୍ରାମରେ ବ୍ୟବହାର କରାଯିବ ନାହିଁ । ଟୋକିଓରେ ଆୟୋଜକଙ୍କ ଦ୍ୱାରା ପ୍ରାୟ ୬୦୦୦୦ କଣ୍ଡୋମ ବଣ୍ଟାଯାଇଥିଲା । କିନ୍ତୁ ଆଥଲେଟମାନଙ୍କୁ କ୍ରୀଡା ଗ୍ରାମ ବଦଳରେ ଘରେ ଏହାର ବ୍ୟବହାର ପାଇଁ ପ୍ରୋତ୍ସାହିତ କରାଯାଇଥିଲା ।