ଆଜିଠାରୁ ମହିଳା ଟି-୨୦ ବିଶ୍ୱକପ୍: ଉଦ୍ଘାଟନୀ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା
୧୨ ତାରିଖରେ ଚିରଶତ୍ରୁ ପାକିସ୍ତାନକୁ ଭେଟିବ ଭାରତ…
ନୂଆଦିଲ୍ଲୀ: ଆଜିଠାରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ବିଶ୍ୱକପ୍ ଅଷ୍ଟମ ସଂସ୍କରଣ । ଆଜି ରାତି ସାଢେ଼ ୧୦ଟାରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେଉଛି ଉଦ୍ଘାଟନୀ ମ୍ୟାଚ୍ । ଭାରତୀୟ ମହିଳା ଦଳ ଫେବୃଆରୀ ୧୨ ତାରିଖରେ ପାରମ୍ପରିକ ଶତ୍ରୁ ପାକିସ୍ତାନକୁ ଭେଟିବ ।
୧୭ ଦିନ ଧରି ଚାଲିବାକୁ ଥିବା ଟୁର୍ଣ୍ଣାମେଂଟରେ ଭାଗ ନେଇଛନ୍ତି ୧୦ଟି ଟିମ୍ । ୧୭ ଦିନ ଭିତରେ ୨୩ଟି ମୁକାବିଲା ହେବ । ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବାଂଟି ଦିଆଯାଇଛି । ଫେବୃଆରୀ ୨୧ ପର୍ଯ୍ୟନ୍ତ ୧୦ଟି ଯାକ ଟିମ୍କୁ ଗ୍ରୁପ ଷ୍ଟେଜରେ ଖେଳିବାକୁ ପଡ଼ିବ । କିଛି ମ୍ୟାଚ୍ ସନ୍ଧ୍ୟା ସାଢେ଼ ୬ଟାରୁ ଆରମ୍ଭ ହେବ । କିଛି ମ୍ୟାଚ୍ ରାତି ସାଢେ଼ ୧୦ଟାରେ ଖେଳାଯିବ । ଫେବୃଆରୀ ୨୩ ଓ ୨୪ରେ ଦୁଇଟି ସେମି ଫାଇନାଲ ଖେଳାଯିବ । ୨୬ ତାରିଖରେ କେପ୍ ଟାଉନ୍ ନ୍ୟୁଲାଣ୍ଡସ୍ ମୈଦାନରେ ଫାଇନାଲ ଅନୁଷ୍ଠିତ ହେବ ।