ମହିଳା ବିଶ୍ୱକପ : ବାଂଲାଦେଶକୁ ହରାଇ ଭାରତର ଜିତାପଟ

ନୂଆଦିଲ୍ଲୀ : ମହିଳା ବିଶ୍ୱକପର ଭାରତ ଲିଗ୍‌ ମ୍ୟାଚରେ ବାଂଲାଦେଶକୁ ୧୧୦ ରନରେ ହରାଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୨୯ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ବାଂଲାଦେଶ ୧୧୯ ରନରେ ଅଲଆଉଟ ହୋଇଯାଇଥିଲା । ତେବେ ପକ୍ଷରୁ ସ୍ମୃତି ମନ୍ଧନା, ସେଫାଳି ଓ ୟାସ୍ତିକା ଭାରତୀୟ ବ୍ୟାଟିଂ ଭାର ସମ୍ଭାଳିଥିଲେ । ଭାଟିକା ସର୍ବାଧିକ ୫୦ ରନ କରିଥିବା ବେଳେ ସେଫାଳି ୪୨ ଓ ମନ୍ଧାନା ୩୦ ରନ କରିବାକୁ ସକ୍ଷମ ହୋଇଥିଲେ ।

ସେହିପରି ରିଚା ଘୋଷ ୨୬ ଓ ହରମନପ୍ରିତ କୌର ୧୪ ରନ୍‌ କରିଥିଲେ । ଫଳରେ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ କରିବାକୁ ସକ୍ଷମ ହୋଇଥିଲା । ସେହିପରି ବାଂଲାଦେଶ ପକ୍ଷରୁ ରିତୁ ମୋନି ସର୍ବାଧିକ ୩ଟି, ମାହିଦା ଆଖତର ଦୁଇଟି ଓ ଜାହାନାରା ଆଲମ ଗୋଟିଏ ୱିକେଟ୍‌ ନେବାକୁ ସକ୍ଷମ ହୋଇଥିଲେ । ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କେବଳ ସଲମା ଖାତୁନ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟମାନେ ମଧ୍ୟ ଦୁଇଅଙ୍କ ଛୁଇଁପାରିନଥିଲେ । ଭାରତ ପକ୍ଷରୁ ସ୍ନେହା ରଣା ୪ଟି, ଝୁଲଣ ଗୋସ୍ୱାମୀ ଓ ପୂଜା ଭାସ୍ତରକର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।