‘ଶ୍ରେଷ୍ଠ ଯୁଦ୍ଧ ବିମାନକୁ ମିଳିଲେ ଶ୍ରେଷ୍ଠ ପାଇଲଟ୍’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ୍ ହୋଇଛି ଲଢ଼ୁଆ ରାଫେଲ୍ ଯୁଦ୍ଧ ବିମାନ। ଏହି ପରାକ୍ରମୀ ବିମାନକୁ ଧାରଣ କରିଥିବା ୧୭ ନଂ ସ୍କ୍ୱାର୍ଡ଼ନ୍ ‘ଗୋଲ୍ଡେନ୍ ଆରୋ’ ବୋଲାଇବ। ଏହି ଗୌରବମୟ ମୂହୂର୍ତ୍ତରେ ବାୟୁସେନା ଏବଂ ଏହାର ପାଇଲଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏମଏସ ଧୋନି। ଶ୍ରେଷ୍ଠ ଯୁଦ୍ଧ ବିମାନକୁ ଶ୍ରେଷ୍ଠ ପାଇଲଟ୍ ମିଳିଥିବା ସେ ଟ୍ୱିଟକରି ଲେଖିଛନ୍ତି।

ଏହି ପୂର୍ବତନ ଭାରତୀୟ କ୍ରିକେଟ ଦଳ ଅଧିନାୟକ ଲେଖିଛନ୍ତି ଯେ, ‘ରାଫେଲର ଶେଷ ପ୍ରବେଶ ସମାରୋହ ସହିତ ବିଶ୍ୱର ଶ୍ରେଷ୍ଠ ଯୁଦ୍ଧ ବିମାନ (୪.୫ ସଂସ୍କରଣ)କୁ ସର୍ବଶ୍ରେଷ୍ଠ ପାଇଲଟ୍ ମିଳିଛନ୍ତି। ଆମ ପାଇଲଟଙ୍କ ହାତରେ ବିଭିନ୍ନ ବିମାନର ମିଶ୍ରଣ ଯୋଗୁଁ ଭାରତୀୟ ବାୟୁସେନାର ମାରାତ୍ମକତା ବୃଦ୍ଧି ପାଇବ’।

ସେ ଲେଖିଛନ୍ତି,’ଗୌରବମୟ ୧୭ ନଂ ସ୍କ୍ୱାର୍ଡ଼ନ୍ ‘ଗୋଲ୍ଡେନ୍ ଆରୋ’କୁ ବହୁତ ବହୁତ ଶୁଭେଚ୍ଛା। ଆମ ସମସ୍ତଙ୍କ ଆଶା ଏହା ମିରେଜ ୨୦୦୦ର ସର୍ଭିସ ରେକର୍ଡ଼କୁ ଟପିବ। ହେଲେ ସୁଖୋଇ ୩୦ MKI ମୋର ପସନ୍ଦର ଯୁଦ୍ଧ ବିମାନ। ଏବେ ପାଇଲଟଙ୍କୁ ସାମ୍ନାସାମ୍ନି ଲଢ଼େଇ ପାଇଁ ନୂଆ ଲକ୍ଷ୍ୟ ମିଳିଲା। BVR ରେଞ୍ଜ କ୍ଷମତା ସମ୍ପନ୍ନ ପରିବର୍ତ୍ତିତ ସୁପର ସୁଖୋଇକୁ ଅପେକ୍ଷା’।

MS Dhoni Show his Helicopter Shot During CSK Practice Match I IPL 2018 -  YouTube

ସୂଚନାଯୋଗ୍ୟ, ନିକଟରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏବେ ସେ ୟୁଏଇରେ ଆଇପିଏଲ ଲାଗି ଅଭ୍ୟାସରତ। ସେପ୍ଟେମ୍ବର ୧୯ ରେ ଚଳିତ ଲିଗର ପ୍ରଥମ ମ୍ୟାଚରେ ତାଙ୍କ ଟିମ୍ ସିଏସକେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।