ମଙ୍ଗଳବାର ଅପରାହ୍ନରୁ ଆରମ୍ଭ ହୋଇଥିବା ବର୍ଷା ବୁଧବାର ମଧ୍ୟ ଲାଗି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବଜାରରେ ଗ୍ରାହକଙ୍କ ଭିଡ଼ କମିବା ସହ ବ୍ୟାବସାୟିକ କାରବାର ପ୍ରଭାବିତ ହୋଇଛି। ଗତ ବନ୍ୟାରେ ବିଭିନ୍ନ ସ୍ଥାନରେ ନଦୀବନ୍ଧ କ୍ଷତିଗ୍ରସ୍ତ ହେବା ସହ ରାସ୍ତାଘାଟ ଖରାପ ହୋଇଥିବାରୁ ଲଗାଣ ବର୍ଷାରେ ସେଗୁଡ଼ିକର ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଅର୍ଜୁନପୁର ପୋଲର ସାଇଡ ୱାଲ ବନ୍ୟା ସମୟରେ କ୍ଷତିଗ୍ରସ୍ତ ହୋଇଥିଲା। ଆରଡି ବିଭାଗ ପକ୍ଷରୁ ତତ୍କାଳୀନ ମରାମରି କରାଯାଉଛି। ସେହିପରି ପଧାନୀ ପଞ୍ଚାୟତ ଦାସପାରି ମଳିକସାହି ଠାରେ ବନ୍ୟା ପରେ ବନ୍ଧ ଧସିଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ଜରି ପାଲ ଓ ବାଲି ବସ୍ତା ପକାଯାଇ ବନ୍ଧ ସଜଡାଯାଉଛି ।
ଏହା ସହ ଅନ୍ୟ କ୍ଷତିଗ୍ରସ୍ତ ନଦୀବନ୍ଧର ଯାଞ୍ଚ ଓ ରାସ୍ତାଘାଟର ମରାମତି ପାଇଁ ଦାବି ହେଉଛି। ଅନ୍ୟପକ୍ଷରେ, ଦୀର୍ଘଦିନ ଧରି ବର୍ଷା ଅଭାବରୁ ଧାନଚାଷ ପ୍ରଭାବିତ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତିତ ଥିଲେ। ବର୍ତ୍ତମାନର ବର୍ଷା ଯୋଗୁଁ ଜମିରେ ପାଣି ହେବାରୁ ସେମାନେ ଆଶ୍ବସ୍ତ ହୋଇଛନ୍ତି। ତେବେ ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ଜଳ ଜମିବା ଓ ଯାତାୟାତ ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ନଦୀବନ୍ଧ, ଜଳନିଷ୍କାସନ ବ୍ୟବସ୍ଥା ଓ କ୍ଷତିଗ୍ରସ୍ତ ରାସ୍ତାଘାଟ ଉପରେ ନଜର ରଖ୍ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ବର୍ଷା ଜାରି ଫଳରେ ଜନ ନଜୀବନ ପ୍ରଭାବିତ ହୋଇଥୁବ ରଥିବାବେଳେ ଦୋକାନବଜାରରେ ବ୍ୟବସାୟ ମାନ୍ଦା ପଡ଼ିଛି। ତେବେ ଗତ ବନ୍ୟାରେ କ୍ଷତିଗ୍ରସ୍ତ ନଦୀବନ୍ଧ ଓ ଖରାପ ରାସ୍ତାଘାଟକୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି ।