ମିଳିଲା କଟାମୁଣ୍ଡ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ଏସ୍ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ୍ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ମୃତଦେହ ପଡ଼ିବା ସ୍ଥାନରୁ ପ୍ରାୟ ୨ କି.ମି ଦୂରରୁ ଆଜି କଟା ମୁଣ୍ଡ ଠାବ କରିଛି ପୁଲିସ୍‌। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୁଲିସ୍।
ମହିଳାଜଣଙ୍କ ଭୁବନେଶ୍ୱର ବସ୍ତିର ପୁଷ୍ପଲତା ବୋଲି ସୁଚନା ମିଳିଛି। ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିବା ସୂଚନା ଦେଇଛି ପୁଲିସ। ଏହି ଘଟଣାର ତଦନ୍ତ ଜାରି ରହିଥିବାରୁ ତେବେ ମହିଳା ଜଣଙ୍କ କେଉଁ ଅଞ୍ଚଳର ଏବଂ ତାଙ୍କ ପରିଚୟ ବିଷୟରେ ସବିଶେଷ ତଥ୍ୟ ଦେଇନି ପୋଲିସ। ସୂଚନାଯୋଗ୍ୟ, ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିଥିଲା। ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୁଲିସ ।

ତେବେ ଅଭିଯୁକ୍ତ ମହିଳାଙ୍କୁ କାହିଁକି ହତ୍ୟା କଲେ ତା ଉପରୁ ପରଦା ଉଠିବ। ପୁରା ଘଟଣାର ଖୋଳତାଡ଼ ଜାରି କରାଯାଇଛି। କଟାମୁଣ୍ଡ ମିଳିବା ସ୍ଥାନରୁ ମାଟି ମଧ୍ୟ ସଂଗ୍ରହ କରାଯାଇଛି। ପୂର୍ବରୁ ସେପଟେ ପରକୀୟା ପ୍ରୀତି ନେଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଥିଲା।