କଟକ,(ଏସ୍ ନ୍ୟୁଜ): କଟକ ନେତାଜୀ ବସ୍ ଟର୍ମିନାଲ ନିର୍ମାଣକୁ ହାଇକୋର୍ଟଙ୍କ ଅନୁମତି ମିଳିଛି । ବର୍ତ୍ତମାନ ସମୟରେ ଏହି ପ୍ରକଳ୍ପ ନେଇ ସମସ୍ତ ବିଷୟ ଚୂଡାନ୍ତ ହୋଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଏନେଇ କୋର୍ଟରେ ଯୁକ୍ତି ରଖିଛନ୍ତି । ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଗତ ୨ ତାରିଖରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିଲେ। ଅନ୍ତରୀଣ ସ୍ଥିତାବସ୍ଥାକୁ ପ୍ରତ୍ୟାହାର କରିଛନ୍ତି ହାଇକୋର୍ଟ । ଟର୍ମିନାଲକୁ ନେଇ ୩ଟି ମାମଲା ଦାୟର ହୋଇଥିଲା । ସେଥିରୁ ୨ଟି ଜନସ୍ୱାର୍ଥ ମାମଲାକୁ କୋର୍ଟ ଖାରଜ କରିଛନ୍ତି । ଶ୍ମଶାନ କାଳୀ ମନ୍ଦିର ପୀଠ ବ୍ୟତିତ ବାକି ଜମି ଉପରୁ ସ୍ଥିତବସ୍ଥା ଉଠିଛି । ତେବେ ଆବେଦନକାରୀଙ୍କ ମତରେ ବସ୍ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ । ବିଭିନ୍ନ ସମସ୍ୟା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଆବେଦନକାରୀ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭କୁ ଘୁଞ୍ଚିଛି ।