ଭୁବନେଶ୍ୱର,(ଏସ୍ ନ୍ୟୁଜ) :୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଦ୍ୱିତୀୟ ଡୋଜ ଟିକାକରଣ ଲାଗି ବିଏମ୍ସିର ପ୍ରସ୍ତୁତି । ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ୍ । ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି ହେବ କାର୍ଯ୍ୟକ୍ଷମ । ପୂର୍ବରୁ ଗତ ମେ’ ୩, ୪ ଓ ୫ ତାରିଖରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା । ମୋବିଲାଇଜେସନ ସେଣ୍ଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଟିକା ଦିଆଯିବ । ତେବେ ଯେଉଁମାନେ କୋୱିନ୍ ଆପ୍ ଜରିଆରେ ସ୍ଲଟ୍ ବୁକିଂ କରି ଟିକା ନେଇଥିଲେ ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ । ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ । ସୂଚନା ଦେଲେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।