ବଲିଉଡରେ ୩୦ ବର୍ଷ

ମୁମ୍ବାଇ: କପୁର ଖାନଦାନର ପ୍ରଥମ ଝିଅ ଭାବେ ଅଭିନୟକୁ ଆସିଥିବା କରିସ୍ମା କପୁର ବଲିଉଡରେ ୩୦ ବର୍ଷ ପୂରଣ କରିଛନ୍ତି । ୯୦ ଦଶକର ଜଣାଶୁଣା ହିଟ ଅଭିନେତ୍ରୀ କରିସ୍ମା କପୁର । କରିସ୍ମା କପୁର ତାଙ୍କ ଜମାନାରେ ଅନେକ ହିଟ୍‌ ଫିଲ୍ମ କରିଛନ୍ତି । ଏହା ମଧ୍ୟରେ ଅନେକ ଫିଲ୍ମ ହିଟ ହେବା ସହ ସେହି ସିନେମାର ଗୀତ ଗୁଡିକ ମଧ୍ୟ ଏବେ ଯାଏଁ ଲୋକପ୍ରିୟ ହୋଇ ରହିଛି । ଏହି ଅବସରରେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସମାନଙ୍କ ସହ ୩୦ ବର୍ଷର ପୁରୁଣା ଭିଡିଓ ସବୁ ସେୟାର କରିଛନ୍ତି । ଏହି ଫ୍ଲାସବ୍ୟାକ୍‌ ବେଶ ପପୁଲାର ରହିଛି । ତେବେ କରିସ୍ମା ଇନଷ୍ଟାରେ ସେୟାର କରିଥିବା ଅନେକ ଗୀତର ରିମିକ୍ସ ରହିଛି । ଭିଡିଓରେ ୯୦ ଦଶକରୁ ୨୦୦୦ ମସିହା ପର୍ଯ୍ୟନ୍ତ କରିସ୍କା ଅଭିନୀତ ସିନେମାର ଗୀତ ରହିଛି । ସେଥିରେ ହିଟ ସିନେମା କୁଲି ନମ୍ବର -୧, ଦୁଲହନ ହମ ଲେ ଜାୟେଙ୍ଗେ, ଜୁଡୱା, ହମ ସାଥ ସାଥ ହେଁ, ରାଜା ବାବୁ, ଅନ୍ଦାଜ୍‌? ଅପନା ଅପନା, ହିରୋ ନମ୍ବର ୱାନ, ରାଜା ହିନ୍ଦୁସ୍ତାନୀ ପରି ଏହି ସୁପର ହିଟ ଫିଲ୍ମର ହିଟ ଗୀତ ଗୁଡିକ ଯୋଡା ଯାଇ ରିମିକ୍ସ୍‌ କରାଯାଇଛି । ଏହି ଭିଡିଓଗୁଡିକ ଖୁବ୍‌? ସୁନ୍ଦର ହୋଇଥିବା ବେଳେ କରିସ୍ମା ସେୟାର କରି ଲେଖିଛନ୍ତି କି ଏହା ୯୦ ଦଶକର କିଛି ସ୍ମୃତି । ଏହି ଭିଡିଓ ଫ୍ୟାନ୍ସମାନଙ୍କୁ ଖୁବ୍‌ପସନ୍ଦ ଆସିଛି । ସେହିପରି ବଲିଉଡ ଇଣ୍ଡଷ୍ଟ୍ରିରେ ବହୁ ଦିନ ଧରି ରାଜ୍‌ କରିଥିଲେ କରିସ୍ମା । ଶେଷଥର ପାଇଁ ୨୦୨୦ ରେ ରିଲିଜ ୱେବସିରିଜ ମେଟଲହୁଡରେ ନଜର ଆସିଥିଲେ ।