ଧାମନଗର(ସାକ୍ସୀ ନ୍ୟୁଜ୍): ଧାମନଗର ବିଧାନସଭା କ୍ଷେତ୍ର ଅଧୀନ ସହିଦ ମଣ୍ଡଳ ବିଜେପିର କାର୍ଯ୍ୟକରିଣୀ ଶନିବାର ଅସୁରାଳି ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମଣ୍ଡଳ ସଭାପତି ରାଜେନ୍ଦ୍ର କୁମାର ସାହୁ ପୌରହିତ୍ୟ କରିଥିଲେ।ବରିଷ୍ଠ ବିଜେପି ନେତା ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଧାମନଗର ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ,ବିବିସିସି ବ୍ୟାଙ୍କର ପ୍ରାକ୍ତନ ସଭାପତି ରଘୁନାଥ ଲେଙ୍କା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଉମାମଣି ସାହୁ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ବଳ,ଯୁବ ମୋର୍ଚ୍ଚା ସଭାପତି ସୂରଜ କୁମାର ସାହୁ,ଆଇନଜୀବୀ ଗଣେଶ ଚନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକରିଣୀରେ ଦଳର ଆଗାମୀ ରଣନୀତି ଏବଂ କାର୍ଯ୍ୟ ଖସଡ଼ା ନିର୍ଦ୍ଧାରଣ କରାଯିବା ସହ ଚିଠା ପ୍ରସ୍ତାବ ଆଗତ କରଯାଇଥିଲା।ଧାମନଗର ବିଧାୟକ ତଥା ରାଜ୍ୟର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗଜପତି ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ମୁକାବିଲା କରିବା କ୍ଷେତ୍ରରେ ପାରଦର୍ଶିତା ଦେଖାଇବା ଏବଂ ଧାମନଗରରେ ବିକାଶ ପାଇଁ ବିପୁଳ ଅର୍ଥ ମଞ୍ଜୁର କରାଇବା ପାଇଁ ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ବିଜେପି ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ବୈକୁଣ୍ଠ ନାଥ ସାହୁ ସ୍ୱାଗତ ବକ୍ତବ୍ୟ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସାଧାରଣ ସମ୍ପାଦକ ରଜତ କୁମାର ଲେଙ୍କା ଧନ୍ୟବାଦ ଦେଇଥିଲେ ।
ବରିଷ୍ଠ ନେତା କ୍ଷୀରୋଦ ଧଳ,ସରପଞ୍ଚ ସରୋଜ ସ୍ୱାଇଁ,ବିନୋଦ ରାଉତ,ଗୟାଧର ନାୟକ,କ୍ଷୀରୋଦ ସ୍ଵାଇଁ,ପ୍ରଶାନ୍ତ ନାୟକ,ସନ୍ତୋଷ ସାହୁ,ରମାକାନ୍ତ ସାହୁ,ଜୟ ପ୍ରକାଶ ବେହେରା,ସଞ୍ଜୟ ମଳିକ,ସୁରେଶ ମଳିକ,ଅନନ୍ତ ଆରଣ,ଚକ୍ରଧର ବାରିକ,ଶେଷଦେବ ମଳିକ,ନରେନ୍ଦ୍ର ରାଉତ,ବିରେନ ପ୍ରଧାନ,ରାଜୀବ ନାୟକ,ପ୍ରବୋଧ ନାୟକ,ମାନସୀ ବସନ୍ତିଆ,ମାନସ ଜେନା,କାହ୍ନୁ ମିଶ୍ର,ଦେବାଶିଷ ନାୟକ,ପ୍ରଶାନ୍ତ ପତି,ନିହାର ଦାସ,ଆଲୋକ ବସନ୍ତିଆ,ସୂର୍ଯ୍ୟକାନ୍ତ ପଣ୍ଡା,ବୈଲୋଚନ ମଳିକ,ଅନିଲ ଆରଣ,ବାପି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା ।