ତଡ଼ମାଠାରେ ପ୍ରବଳ ଜଳସ୍ରୋତରେ ଫସିଥିବା ୧୦ ଜଣଙ୍କୁ ଉଦ୍ଧାର କଲା ରାଉରକେଲା ଅଗ୍ନିଶମ ବାହିନୀ

ପ୍ରବଳ ଜଳସ୍ରୋତ Video...

ସୁନ୍ଦରଗଡ: ଭଞ୍ଜନଗର ଅନ୍ତର୍ଗତ ଗିଡ଼ିପାବଳିରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳକୁ ଉଦ୍ଧାର କାର୍ଯ୍ୟ ପାଇଁ ଯାଉଥିବା ସମୟରେ ରାଉରକେଲା ଅଗ୍ନିଶମ କେନ୍ଦ୍ରର ଏକ ଉଦ୍ଧାରକାରୀ ଦଳ ଭଞ୍ଜନଗର ଥାନା ଅଧୀନ ତଡ଼ମାଠାରେ ଏକ କେନାଲ ମଧ୍ୟରେ ୧୦ ଜଣ ବ୍ୟକ୍ତି ଫସି ରହିଥିବା ଦେଖିବାକୁ ପାଇଥିଲେ।

ବନ୍ୟା ପରିସ୍ଥିତି ଯୋଗୁଁ ପୂର୍ବରୁ ସେମାନଙ୍କୁ ନିଜ ଘରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ନିଜର ଆସବାବପତ୍ର ଓ ଜିନିଷପତ୍ର ଆଣିବା ପାଇଁ ସେମାନେ ପୁନର୍ବାର ଘରକୁ ଫେରିଥିବା ବେଳେ କେନାଲରେ ପ୍ରବଳ ଜଳସ୍ରୋତ ମଧ୍ୟରେ ଫସି ଯାଇଥିଲେ।

ସେମାନଙ୍କର ଏଭଳି ସଙ୍କଟାପନ୍ନ ସ୍ଥିତି ଦେଖି ଅଗ୍ନିଶମ ବାହିନୀର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ASO ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଅଗ୍ନିଶମ ବାହିନୀର ତ୍ୱରିତ ଓ ସମନ୍ୱିତ ଉଦ୍ୟମ ଫଳରେ ପ୍ରବଳ ଜଳସ୍ରୋତ ମଧ୍ୟରେ ଫସିଥିବା ସମସ୍ତ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।