ବଲିଉଡ୍ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ଏହା ଏକ ବଡ଼ ରେକର୍ଡ କରିଛି। ଶାହରୁଖଙ୍କ ‘ପଠାନ’ ଓ ‘ଜୱାନ’ ବିଦେଶୀ ବଜାରରେ ପ୍ରାୟ ୪୦୦ କୋଟି ଟଙ୍କା ଲେଖାଏ ଆୟ କରିଥିଲା। ତେଣୁ ‘କିଙ୍ଗ’ ପାଇଁ ମଧ୍ୟ ଏଭଳି ବଡ଼ ଆୟର ଆଶା ରଖାଯାଉଛି। ଶାହରୁଖଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ଆନନ୍ଦ। ୨୦୨୩ର ବ୍ଲକବଷ୍ଟର ଫିଲ୍ମ ‘ପଠାନ’ ପରେ ଶାହରୁଖ ଓ ସିଦ୍ଧାର୍ଥଙ୍କ ଏହା ଦ୍ୱିତୀୟ ମିଳିତ ପ୍ରୋଜେକ୍ଟ। ଏହି ଫିଲ୍ମରେ ଶାହରୁଖଙ୍କ ସହ ସୁହାନା ଖାନ, ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ, ଜୟଦୀପ ଅହଲାୱତ୍, ରାଘବ ଜୁୟାଲ ଓ ସୌରଭ ଶୁକ୍ଳାଙ୍କ ଭଳି କଳାକାର ନଜର ଆସିବେ। ଫିଲ୍ମଟି ଡିସେମ୍ବର ୨୪ରେ ସିନେମା ହଲ୍କୁ ଆସିବ। ରିଲିଜ ପୂର୍ବରୁ ୧୭୫ କୋଟିର ଓଭରସିଜ ଡିଲ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି ।