ପୁରୀ, (ଏସ୍ ନ୍ୟୁଜ): କୋଭିଡ୍ କଟକଣା ମଧ୍ୟରେ ହେବ ଚଳିତବର୍ଷ ହେବ ରଥଯାତ୍ରା। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରେସମିଟ୍ ଜରିଆରେ ପ୍ରକାଶ କରିଛନ୍ତି । ଗତବର୍ଷ ଭଳି କେବଳ ସେବାୟତମାନେ ହିଁ ରଥ ଟାଣିବେ । ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ, କ୍ୟାମେରା ମନା । କୌଣସି ସେବାୟତ ମୋବାଇଲ ବ୍ୟବାହର କରିପାରିବେ ନାହିଁ । ଏହାସହ ରଥଯାତ୍ରା ବେଳେ ସେବାୟତମାନେ ଫଟୋ ଉଠାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ସେହିଭଳି ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ରଥ ଟାଣିବେ ନାହିଁ । ରଥଯାତ୍ରାରେ ସଂପୃକ୍ତ ସେବାୟତ, ଅଧିକାରୀଙ୍କର ହେବ କୋଭିଡ୍ ଟେଷ୍ଟ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ ।