ସୁମନ ପୁରୀ ‘ଛୋଟୀ କଙ୍ଗନା’ By Shaksi News Last updated Jul 11, 2021 0 ମୁମ୍ବାଇ: ଛୋଟୀ କଙ୍ଗନାଙ୍କ ପ୍ରକୃତ ନାମ ହେଉଛି ସୁମନ ପୁରୀ। ସୋସିଆଲ ମିଡିଆରେ ‘ଛୋଟୀ କଙ୍ଗନା’ଙ୍କ ଯାଦୁ ଦେଖିବାକୁ ମିଳିଛି। ଆଜ୍ଞା ହଁ, ଛୋଟୀ କଙ୍ଗନା ଅଭିନେତ୍ରୀ କଙ୍ଗନାଙ୍କ ଫ୍ୟାନ୍ ଯିଏକି ତାଙ୍କୁ ଖୁବ୍ କପି କରିଥାନ୍ତି। ସେ କଙ୍ଗନାଙ୍କ ଲୁକଠୁ ଆରମ୍ଭ କରି ଡାୟଲୋଗ ପର୍ଯ୍ୟନ୍ତ ସବୁକିଛି କପି କରିଥାନ୍ତି। କେବଳ ଏତିକି ନୁହେଁ, ତାଙ୍କ କେଶ ମଧ୍ୟ ଅବିକଳ କଙ୍ଗନାଙ୍କ ପରି।ସୂଚନାଯୋଗ୍ୟ, ‘ଛୋଟୀ କଙ୍ଗନା’ଙ୍କ ଏପରି ଅନ୍ଦାଜକୁ କଙ୍ଗନା ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ନିକଟରେ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଛୋଟୀ କଙ୍ଗନାଙ୍କ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ‘ଛୋଟୀ ତୁ ପାଠ ପଢ଼ୁଛୁ ନା ଦିନସାରା ଖାଲି ଏସବୁ କରୁଛୁ’ ବୋଲି କଙ୍ଗନା ପଚାରିଥିଲେ। Continue Reading 0 Share