ନୂଆଦିଲ୍ଲୀ: ଦେଶରେ କୋରନା ଟିକା ନେଇ ସବୁଠୁ ବଡ ଅର୍ଡର ଦେଇଛନ୍ତି କେନ୍ଦ୍ର ସରକାର । ୧୪ ହଜାର ୫୦୫ କୋଟି ଟଙ୍କାର ୬୬ କୋଟି ଡୋଜ୍ ପାଇଁ ବରାଦ ଦେଇଛନ୍ତି କେନ୍ଦ୍ର ସରକାର । ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ୍ ଡୋଜ ପାଇଁ ଏହି ଅର୍ଡର ଦିଆଯାଇଛି । ତେବେ ୬୬ କୋଟି ଡୋଜ କ୍ରୟ ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି । ଟିକସକୁ ବାଦ ଦେଇ କୋଭିସିଲ୍ଡକୁ ଡୋଜ ୨୦୫ଟଙ୍କା ଓ କୋଭାକ୍ସିନକୁ ୨୧୫ଟଙ୍କାରେ କିଣାଯିବ ।