ଉତ୍ତରପ୍ରଦେଶର : ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ଏକ ହ୍ରଦରେ ବୋଟ ବୁଡିଯିବାରୁ ୩ ଜଣ ନାବାଳିକା ପ୍ରାଣ ହରାଇଛନ୍ତି । ୭ ଜଣ ଝିଅ ସାଙ୍ଗ ବୋଟ୍ରେ ବସି ହ୍ରଦ ପରିକ୍ରମା କରୁଥିଲେ । ତିନିଜଣ ସେଲଫି ନେବାକୁ ଉଦ୍ୟମ କରୁଥିବାବେଳେ ବୋଟଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ବୋଟ ଚାଳକ ଓ ଅନ୍ୟ ୪ ଝିଅ ପହଁରି ଜୀବନରକ୍ଷା କରୁଥିବାବେଳେ ତିନିଜଣ ବୁଡିଯାଇ ପ୍ରାଣ ହରାଇଛନ୍ତି ।