ଦକ୍ଷିଣ ମୋଡ଼ ପରେ ବାହୁଡାଯାତ୍ରା ଲାଗି ପ୍ରସ୍ତୁତି

ପୁରୀ, (ଏସ୍‌ ନ୍ୟୁଜ): ହେରାପଞ୍ଚମୀ ପରଦିନ ତିନି ରଥର ଦକ୍ଷିଣମୋଡ କରାଯାଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା । ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା । ରାସ୍ତାର ଦୁଇ ପାର୍ଶ୍‌ବରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା । ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ,ପରେ ବଳଭଦ୍ରଙ୍କ ରଥ ଓ ତାପରେ ନନ୍ଦିଘୋଷ ରଥ ଦକ୍ଷିଣମୋଡ କରିଥିଲେ ଦର୍ପଦଳନ ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇଥିଲା । ଗତବର୍ଷ କେବଳ ସେବାୟତ ମାନେ ଦକ୍ଷିଣମୋଡ କରିଥିବା ବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିଛନ୍ତି । ପରେ ବାହୁଡାଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି ଆରମ୍ଭ ହୋଇଛି । ଧାରା ୧୪୪ ଅନୁଯାୟୀ କେବଳ ଜରୁରୀକାଳୀନ ସେବାକୁ ଛାଡି ଆଉ କାହାରିକୁ ଛଡ଼ାଯିବ ନାହିଁ ।