କଟକ, (ଏସ୍ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫- ଟି ସଚିବ ଏସସିବି ସଂପ୍ରସାରଣ କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ଭୋର ୫ଟାରେ ତାଳଦଣ୍ଡା କେନାଲର ଅତ୍ୟାଧୁନିକରଣ କାର୍ଯ୍ୟର ତଦାରଖ କରିଥିଲେ । ଏସସିବିକୁ ଏମ୍ସ ପ୍ଲସ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ହେବ ବିଶ୍ୱସ୍ତରୀୟ ହସ୍ପିଟାଲ । ଏହାର ସଲଗ୍ନ ରାସ୍ତାକୁ ପ୍ରଶସ୍ତ କରାଯାଇଛି । ୧୦ହଜାରରୁ ଉର୍ଦ୍ଧ୍ୱ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି । ଭି.କେ ପାଣ୍ଡିଆନଙ୍କ ସହ ନଗର ଉନ୍ନୟନ ସଚିବ କିଶନ କୁମାର, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ ଓ ସିଏମ୍ସି କମିଶନର ଅନନ୍ୟା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଅଧିକାରୀ ଭିନିଲ କ୍ରିଷ୍ଣା ମଧ୍ୟ ସାମିଲ ଥିଲେ । ଏହାପରେ ଖାନନଗରରେ ଚାଲିଥିବା ବସଷ୍ଟାଣ୍ଡର କାର୍ଯ୍ୟ ସ୍ଥିତି ସମୀକ୍ଷା କରିଥିଲେ ୫-ଟି ସଚିବ । ଉଭୟ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭି କେ ପାଣ୍ଡିଆନ ।