ଭୁବନେଶ୍ୱର,(ଏସ୍ ନ୍ୟୁଜ): ସାଇନସ୍ ହେଉଛି ନାକ ସମ୍ବନ୍ଧିତ ଏକ ସମସ୍ୟା। ଏହି ସମସ୍ୟା ଥଣ୍ଡାପାଗରେ ଅଧିକ ହୋଇଥାଏ। ନାକ ବନ୍ଦ ହେବା, ମୁଣ୍ଡ ଓ ଅଧକପାଳୀ ବିନ୍ଧା ପରି ସମସ୍ୟା ହୋଇଥାଏ, ନାକରୁ ପାଣି ବାହାରିବା ଆଦି ଏହାର ପ୍ରମୁଖ ଲକ୍ଷଣ। ଏହା ବ୍ୟତୀତ ହାଲୁକା ଜ୍ୱର,ଆଖି ପଲକରେ ଯନ୍ତ୍ରଣା ହେବା, ଅବସାଦ କାରଣରୁ ଚେହେରା ଫୁଲିଯିବା। ଆଗାମୀ ଦିନରେ ଏହି ରୋଗ ଆଜ୍ମା, ଦମା ପରି ଗଭୀର ବେମାରୀରେ ପରିଣତ ହୁଏ। କିନ୍ତୁ ଯୋଗଦ୍ୱାରା ଏହି ରୋଗରୁ ମୁକ୍ତି ପାଇହେବ।
ସୂର୍ଯ୍ୟ ନମସ୍କାର- ସୂର୍ଯ୍ୟ ନମସ୍କାର ସବୁ ଆସନ ମଧ୍ୟରେ ମୁଖ୍ୟ ଆସନ ବୋଲି ବିଚାର କରଯାଏ। ଏହାଦ୍ୱାରା ସାଇନସ ସମସ୍ୟାରୁ ମୁକ୍ତି ମିଳିଥାଏ। ପ୍ରତ୍ୟହ ଏହି ଆସନ କରିବା ଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଭିଟାମିନ୍ ଡ଼ି ମଧ୍ୟ ମିଳିଥାଏ। ୧୨ ମୂଦ୍ରା ବିଶିଷ୍ଟ ଏହି ଆସନ ସାଇନସରୁ ମୁକ୍ତି ଦେବା ସହ ଅବସାଦକୁ କମ୍ କରି ଓଜନ ହ୍ରାସ କରିଥାଏ ।
ଆହୁରି ପଢ଼ନ୍ତୁ...