ସବୁ ଫେସବୁକ୍ ଆପ୍ ହେବ କମର୍ସିଆଲ

ନୂଆଦିଲ୍ଲୀ: ଭାରତ ଓ ବ୍ରାଜିଲରେ ହ୍ୱାଟସଆପ ପେମେଣ୍ଟସ ଲଞ୍ଚ ନେଇ ଉତ୍ସାହିତ ମାର୍କ ଜୁକରବର୍ଗ ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ଏକ ଇଣ୍ଟିଗ୍ରେସ କମର୍ସିଆଲ ଅନୁଭବ ପ୍ରଦାନ କରିବା ପାଇଁ ଇନଷ୍ଟାଗ୍ରାମ ଓ ମେସେଞ୍ଜର ସହିତ ଫେସବୁକ ଆପ୍ ର ପରିବାର ପାଇଁ ଇଣ୍ଟିଗ୍ରେସନ ର ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି । ଜୁକରବର୍ଗ କହିଛନ୍ତି, ହ୍ୱାଟସଆପ ପେମେଣ୍ଟ ଏବେ ବ୍ରାଜିଲରେ ସମସ୍ତଙ୍କ ପାଇଁ ଓ ଏହାସହିତ ଭାରତରେ କିଛି ଜଣଙ୍କ ପାଇଁ ଉପଲବ୍ଧ ରହିଛି । ଅନେକ ଲୋକେ ପୂର୍ବରୁ ହିଁ ଏହାଦ୍ୱାରା ବନ୍ଧୁ ଙ୍କୁ ପଇସା ପଠାଇବା ପାଇଁ ଏକ ସରଳ ଓ ସୁରକ୍ଷିତ ଉପାୟ ଭାବରେ ବ୍ୟବହାର କରୁଛନ୍ତି । ଆମେ ମେସେଂଜରରେ ନୂଆ ପେମେଣ୍ଟ ସୁବିଧା ଯୋଡୁଛୁ ।
ହ୍ୱାଟସଆପ ପେମେଣ୍ଟ ଗତବର୍ଷ ନଭେମ୍ବରରେ ୨୦ ମିଲିୟନ ବ୍ୟବହାରକାରୀଙ୍କ ପାଇଁ ଲାଇଭ ହୋଇଥିଲା । ଯାହାର ବ୍ୟବହାର ବର୍ତମାନ ପ୍ଲାଟଫର୍ମ ଜରିଆରେ ୟୁନିଫାଏଡ ପେମେଣ୍ଟଓ ଇଣ୍ଟରଫେଓ କାରବାର ପାଇଁ କରାଯାଉଛି । କମ୍ପାନୀର ଭାରତରେ ହ୍ୱାଟସଆପ ଫର ବିଜନେସ ପ୍ଲାଟଫର୍ମ ରେ ୧୫ ମିଲିୟନରୁ ଅଧିକ ବ୍ୟବହାରକାରୀ ଅଛନ୍ତି ।