ଦେଶରେ ୪୫.୫୫ କୋଟିରୁ ଅଧିକ ଟୀକାକରଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ଉପରେ ସରକାର ବେଶି ଗୁରୁତ୍ଵ ଦେଉଛନ୍ତି । ଯେଉଁଥିପାଇଁ ଦେଶରେ ଜାରି ରହିଛି ଟୀକାକରଣ । ଏପର୍ଯ୍ୟନ୍ତ ଦେଶରେ 45.55 କୋଟିରୁ ଅଧିକ ଟୀକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗୁରୁବାର ୪୭ ଲକ୍ଷ ଟିକା ହିତାଧିକାରୀଙ୍କୁ ଦିଆଯାଇଛି । ଏହାସହ 22,83,018 ପ୍ରଥମ ଡୋଜ ଲୋକଙ୍କୁ ଦିଆଯାଇଥିବା ବେଳେ 4,34,990 ଦ୍ବିତୀୟ ଡୋଜ ୧୮-୪୪ ବୟସ୍କଙ୍କୁ ଦିଆଯାଇଛି ।