ଟିମ୍‌ ଇଣ୍ଡିଆକୁ କରୋନା ଝଟ୍‌କା: ପୁଣି ଦୁଇ ଖେଳାଳି ପଜିଟିଭ

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆକୁ କରୋନା ଝଟକା । ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ । ଏମାନେ କୃଣାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସଂପର୍କରେ ଆସିଥିଲେ ସୁଦ୍ଧା ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏହି ଖେଳାଳୀମାନେ ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ରୁ ବାଦ ପଡିଥିଲେ ।