ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆଙ୍କ ମୃତ୍ୟୁ

ରାୟଗଡା : ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଅନ୍ତର୍ଗତ ଲାଙ୍କାଭାନିଦିବା ଗାଁରେ ଘଟିଛି ଏକ ଅଭାଭନୀୟ ଘଟଣ । ବିଦ୍ୟୁତ ଆଘାତରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତ ସମସ୍ତ ଶ୍ରମିକ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗାଁରେ ଥିବା ଚିଙ୍ଗୁଡି ବନ୍ଧରେ କାମ କରୁଥିବା ୬ ଜଣ ଶ୍ରମିକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସମସ୍ତ ମୃତ ଶ୍ରମିକ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର । ସେମାନେ ଆନ୍ଧ୍ରପ୍ରଦେଶର ଲାଙ୍କାଭାନିଦିବା ଗାଁରେ ଥିବା ଚିଙ୍ଗୁଡି ବନ୍ଧରେ କାମ କରିବାକୁ ଯାଇଥିଲେ ।