ସୋରଡା ବିଧାୟକ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି

ଭଞ୍ଜନଗର, (ଏସ୍‌ ନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଦେଲେ ଦେଉଛନ୍ତି ମାଟ୍ରିକ୍‌ ପରୀକ୍ଷା । ସ୍ଥାନୀୟ ସରକାରୀ ଉଚ୍ଚ଼ ବିଦ୍ୟାଳୟରେ ଅଫଲାଇନରେ ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ପ୍ରଥମ ବିଷୟ ପରୀକ୍ଷା ଦେଇଛନ୍ତି ବିଧାୟକ । ପରୀକ୍ଷା କେନ୍ଦ୍‌ରେ ମୋଟ୍‌ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାବେଳେ ଅଣ ସ୍କୁଲ ଭାବରେ ୨୫ ଜଣ ଛାତ୍ର ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପରୀକ୍ଷା ଦେଉଛନ୍ତି । ସେଣ୍ଟରରେ ସାନିଟାଇଜର ବ୍ୟବସ୍ଥା, ସିସିଟିଭି କ୍ୟାମେରା ବ୍ୟବସ୍ଥା, ପରିଷ୍କାର ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ବିଧାୟକଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କ ପାଇଁ ଏକ ସତନ୍ତ୍ର କକ୍ଷର ଆୟୋଜନ କରାଯାଇଛି । ଯଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ତାହାହେଲେ ବିଧାୟକ ସମସ୍ତ ପରୀକ୍ଷାର୍ଥୀଙ୍କ ସହିତ ପରୀକ୍ଷା ଦେବେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୩ ଥର ବିଧାୟକ ହୋଇଥିଲେ ମଧ୍ୟ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି ।