ମହିଳାଙ୍କୁ ଦୁଷ୍କର୍ମ ଭିଡିଓ ଭାଇରାଲ କରି ୩ ଗିରଫ

ଉଦଳା, (ଏସ୍‌ ନ୍ୟୁଜ): ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଭାଇରାଲ କରି ପୋଲିସ ହାତରେ ଗିରଫ ହୋଇଛନ୍ତି ତିନି ବ୍ୟକ୍ତି । ଏହି ଘଟଣା ଏବେ ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚର ବିଷୟ ପାଲଟିଛି । ସୂଚନାନୁସାରେ, ଖୁଂଟା ଥାନା ଡୁକୁରା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ତିନି ଜଣ ବ୍ୟକ୍ତି ଏକ ମନ୍ଦିର ପରିସରରେ ଥିବା ଭଙ୍ଗା ଘର ଭିତରେ ଦୁଷ୍କର୍ମ କରିଥିଲେ । ଏହାପରେ ମହିଳାଙ୍କ ଭିଡିଓ ଭାଇରାଲ କରିଥିଲେ । ଏହି ଭିଡିଓ ପୋଲିସ ହାତରେ ଲାଗିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ଛାନଭିନ୍‌ କରିଥିଲା । ଏବଂ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଗିରଫ ତିନି ଜଣ ହେଲେ ଡୁକୁରା ଅଂଚଳର ଦିଲ୍ଲୀପ ଚକ୍ର, ବୈରାଗୀ ମହାନ୍ତି ଏବଂ ବିଜୟ କୁମାର ସାହୁ । ଏହି ତିନି ଜଣ ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଭିଡିଓ ସୁଟିଙ୍ଗ କରିଥିଲେ । ତେବେ ସେହି ୪ର୍ଥ ବ୍ୟକ୍ତି ଯିଏ କି ଭିଡିଓ ସୁଟିଙ୍ଗ କରିଥିଲେ ତାଙ୍କୁ ଖୋଜୁଛି ପୋଲିସ । ଏଭଳି ହୀନ ମାନସିକତାର କାମାନ୍ଧ ବ୍ୟକ୍ତିମାନେ ଜଣେ ବିବାହିତା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚର ବିଷୟ ପାଲଟିଛି ।