ଭୁବନେଶ୍ୱର, (ଏସ୍ ନ୍ୟୁଜ): ଭୁବନେଶ୍ୱର ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଅଚାନକ ଚଢାଉ କରିଛି । ଚଢାଉ କରି ୭ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ମଦ ରନ୍ଧାରେ ବ୍ୟବହୃତ ହାଣ୍ଡି, କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଦେଶୀ ମଦ ମାଫିଆଙ୍କ କାରନାମା ଜଣାପଡିବା ପରେ ଅବକାରୀ ଟିମ୍ ଆଜି ସକାଳୁ ସାଲିଆସାହିରେ ପହଞ୍ଚିଥିଲା । ସେତେବେଳେ ସେଠାରେ ମଦ ରନ୍ଧା ହେବା ଦେଖିଥିଲେ । ମଦ ରାନ୍ଧୁଥିବା ମାଫିଆମାନଙ୍କୁ ଗିରଫ କରିବା ସହ ବ୍ୟବହୃତ ସାମଗ୍ରିକୁ ନଷ୍ଟ କରିଛି ଅବକାରୀ ଟିମ ।