ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକର ସୂଚନା ପାଇ ମଧ୍ୟ୍ୟ ଆସିଲେନି ଅଧିକାରୀ

ଆଠଗଡ଼, (ଏସ୍‌ ନ୍ୟୁଜ): ଆଠଗଡ ଉପଖଣ୍ଡ ପ୍ରଶାସନ ତରଫରୁ ଆଠଗଡ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଙ୍କ ଅଧକ୍ଷତାରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ କଟକଣା ମଧ୍ୟ୍ୟରେ ପାଳିତ ହେବ ଦେଶର ୭୫ ତମ ସ୍ୱାଧିନତା ଦିବସ । ଏହି ମହୋତ୍ସବ ପାଇଁ ସାର ଦେଶବାସୀ ଅପେକ୍ଷା କରିଥିବା ବେଳେ ଆଠଗଡ ଉପଖଣ୍ଡ ପ୍ରଶାସନର ବିଭାଗୀୟ ଅଧିକାରୀମାନଙ୍କ ବୈଠକରେ ଅନୁପସ୍ଥିତକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀମାନେ ମୁଖ୍ୟାଳୟରେ ନରହି ଅଧାନସ୍ତ କର୍ମଚାରୀଙ୍କ ହାତରେ ଟେକିଦେଇଥାନ୍ତି ନିଜ ନିଜ କାର୍ଯ୍ୟଳୟର ଦାୟିତ୍ୱ ଭାର । ଅନୁପସ୍ଥିତି ପ୍ରସ୍ତୁତି ବୈଠକରେ ଆଠଗଡ଼ ବିଭାଗୀୟ ଅଧିକାରୀଙ୍କୁ ପଦାରେ ପକାଇଛି । ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ପାଇଁ ଆଠଗଡ଼ର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ପରିତାପର ବିଷୟ କେବଳ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ବ୍ୟତୀତ କୌଣସି ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ଉଚିତ ମଣିଲେ ନାହିଁ । ଏହି ବୈଠକରେ ଆଠଗଡ଼ ବିଡ଼ିଓ ଅରୁଣ କୁମାର ଦାସ, ଆଠଗଡ଼ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା, ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର ଉପସ୍ଥିତ ରହିଥିଲେ । ପାରମ୍ପରିକ ଭାବରେ ପୂର୍ବ ନିର୍ଦ୍ଧାରିତ ଏଜେଣ୍ଡା ମୁତାବକ ଆଲୋଚନା ଆରମ୍ଭ କଲାବେଳେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିବାରୁ ବୈଠକରେ ଉପସ୍ଥିତ ଥିବା ସଭ୍ୟ ସଭ୍ୟା ମାନେ ବିରକ୍ତି ପ୍ରକାଶ କରି ଥିଲେ । ଏହି ଅବସରରେ କେବଳ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଉପରେ ଆଲୋଚନା ହୋଇଥିଲା । ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା କୁଢକୁଢ ଅଳିଆ ଆବର୍ଜ୍ଜନା ବିଶେଷ କରି କୌଣସି ପୂଜା ପାର୍ବଣ ସମୟରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉନଥିବା ଯୋଗୁଁ ଉପସ୍ଥିତ ସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ । ବିଶେଷ କରି ଗତ ରଥଯାତ୍ରା ସମୟରେ ଆଠଗଡ଼ ଆରାଧ୍ୟ ଶ୍ରୀ ଶ୍ରୀ ଅଟ୍ଟାଳୀ ଜଗନ୍ନାଥ ଙ୍କ ମନ୍ଦିର ଏବଂ ମନ୍ଦିର ସଂଲଗ୍ନ ସ୍ଥାନରେ ଅଳିଆ ଆବର୍ଜ୍ଜନା ସବୁ ଗଦା ହୋଇ ରହିଥିବା ଅଭିଯୋଗ ହୋଇଥିଲା । ବିଶେଷ କରି ଆଠଗଡ଼ର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସବୁ ଆଇନ ମହାବିଦ୍ୟାଳୟ ପାଖରେ ସ୍ଥାନିତ ହୋଇଥିବା ପାର୍କ ଟି ଅତ୍ୟନ୍ତ ଆବର୍ଜନା ପୂର୍ଣ୍ଣ ଥିବା ନିଜେ ଉପଜିଲ୍ଲାପାଳ ଅଭିଯୋଗ କରି ଆଠଗଡ଼ ର ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । କୋରାନ ମହାମାରୀ ସମୟରେ ଏନଏସି ଏ ଭଳି କାର୍ଯ୍ୟ କୁ ନିଜେ ଉପଜିଲ୍ଲାପାଳ ମାନିବା ସହ ବାରମ୍ବାର ତାଗିଦ କଲେ ମଧ୍ୟ୍ୟ କିଛି ଲାଭ ହେଉନାହିଁ । ଆଗକୁ ଏଭଳି ନ ହେବା ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ତାଗିଦ୍‌ କରିବା ସହିତ ତୁରନ୍ତ ଏହାକୁ ସଫା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଠଗଡ଼ ମହୋତ୍ସବ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ସ୍ୱାଧୀନତା ଦିବସ କୁ ସକାଳ ୯.୧୫ ସମୟରେ ଉପଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୋଲିସ ପ୍ରଶାସନ ପକ୍ଷରୁ ଅଭିବାଦନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମୋର ଚାରିଟା ସମୟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ ପ୍ରସାର କରାଯିବ । ସମସ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଅନୁପସ୍ଥିତ ଥିବା ବେଳେ ଅଧନସ୍ଥ କର୍ମଚାରୀଙ୍କ ଦ୍ୱାରା ଜଣାଇବା ସହ ନିଜ ନିଜର କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କାର୍ଯ୍ୟାଳୟ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା କୋହଳ ସମ୍ଭାବନା ହେଲେ ଆସନ୍ତା ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏକ ବୈଠକ ବସି ଆନୁସଙ୍ଗିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶେଷରେ ବିଡ଼ିଓ ଅରୁଣ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନ ଦିବସ ପାଳନ ପ୍ରସ୍ତୁତି ବୈଠକକୁ ଆସୁନଥିବା ବିଭାଗୀୟ ଅଧିକାରୀମାନଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।