ଜଳେଶ୍ୱର ବାର୍‌ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଓକିଲ ସଂଘ(ବାର୍‌) ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନୁଷ୍ଠିତ ହୋଇ ଯାଇଛି । ସୋର ନିକଟରେ ଜଣେ ଓକିଲଙ୍କୁ ପୁଲିସ୍‌ ବିନାକାରଣରେ ଅମାନୁସିକଭାବେ ମାଡ ମାରିଥିବାରୁ ଏହାର ପ୍ରତିବାଦରେ ଜଳେଶ୍ୱର ବାର୍‌ ପକ୍ଷରୁ ଆଇନ୍‌ଜିବୀମାନେ କୋର୍ଟ ଫାଟକରେ ତାଲା ପକାଇ ନାରାବାଜି କରିଥିଲେ । ଫଳରେ କୋର୍ଟକାର୍ଯ୍ୟ ବନ୍ଦ ରହିବା ସହିତ ଜେଏମ୍‌ଏଫସି ଏରା ପଟ୍ଟନାୟକ, ସବ୍‌ଜଜ୍‌ ଇନ୍ଦିରା ପ୍ରିୟଦର୍ଶନୀ ଓ ସିଭିଲଜର୍ଜ (ଜୁନିୟର) ପାର୍ଥ ପ୍ରତିକ୍‌ କାର୍ଯ୍ୟରେ ଯୋଗ ଦେଇ ନପାରି ଫେରିଯାଇଥିଲେ । ଏହି ଆନ୍ଦୋଳନରେ ବାର୍‌ ସଭାପତି ଅନିଲ ପରିଡା, ସଂପାଦକ ବିଜନ କୁମାର ଦେ, ଶଶିକାନ୍ତ ଦେ, ସୁଶାନ୍ତ ଦାସ, ଗିରିଜା ଦାସ, ରବିନ୍ଦ୍ର ଦଣ୍ଡପାଟ, ଚନ୍ଦ୍ରମୋହନ ମହାନ୍ତି, ଶ୍ରୀକୃଷ୍ଣ ଗୁପ୍ତା, ଦେବକାନ୍ତ କାସ୍ତ, କୁଂଜବିହାରୀ ଦାସ, ପୁର୍ଣ୍ଣେନ୍ଦୁ ଆଚାର୍ଯ୍ୟ, ବିନୋଦ ଗିରି, ମଳୟ ମହାନ୍ତି, ପତିତପାବନ ପ୍ରଧାନ, ଜଗଦିଶ ପାଳ, ନିଗମ ବ୍ରହ୍ମ, ଶ୍ରଦ୍ଧାଦେବି ଭଂଜ ପ୍ରମୁଖ ନେତୃତ୍ୱ ନେଇଥିଲେ ।