କେନାଲରେ ମୃତଦେହ, ହତ୍ୟା ସନ୍ଦେହ

ନିମାପଡା,(ଏସ୍‌ ନ୍ୟୁଜ): ପୁରୀ ଜିଲ୍ଲା ପିପିଲି ଥାନା ଗୋବର୍ଦ୍ଧନପୁର ଗାଁ ନିକଟ କେନାଲରେ ଭାସୁଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କଣାସ ମୁଖ୍ୟ କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍‌ ନୂଆପଡା ତଳସାହି ଗାଁର ଲକ୍ଷ୍ମୀଧର ସାହୁ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତେଣୁ କେହି ହତ୍ୟା କରି ଏଠାରେ କିଏ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।