ମୁମ୍ବାଇ : ‘କେଜିଏଫ-୨’ର ରିଲିଜ ଡେଟ ଅନେକ ଥର ସାମ୍ନାକୁ ଆସିବା ପରେ ମଧ୍ୟ ଏହାର ନିର୍ମାତା କୌଣସି ନା କୌଣସି ବାହାନା ଦେଖାଇ ଏହାକୁ ରୋକି ଦେଇଛନ୍ତି । ଏବେ ଫିଲ୍ମ ନିର୍ମାତା ଏହାକୁ ରିଲିଜ କରିବାକୁ ଚାହୁଁଥିବାବେଳେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ବୋଲି ଚର୍ଚ୍ଚା ଜୋର ହେଉଛି । ଫିଲ୍ମର ସୁଟିଂ ସରିଯାଇଛି । କିନ୍ତୁ ସଞ୍ଜୟ ଏଯାବତ ଡବିଂ କାର୍ୟ୍ୟରେ ଯୋଗ ଦେଇନାହାନ୍ତି । ତେବେ ଡବିଂ କାମ ଶେଷ ହୋଇପାରୁନାହିଁ କି ନିର୍ମାତା ଏହାର ରିଲିଜ ଡେଟ ମଧ୍ୟ ଘୋଷଣା କରିପାରୁ ନାହାନ୍ତି । ଫିଲ୍ମରେ ସଞ୍ଜୟ ମୁଖ୍ୟ ଖଳନାୟକ ଭାବେ ଅଭିନୟ କରୁଛନ୍ତି । ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମ ଏକ ବହୁଭାଷୀ ଫିଲ୍ମ ହେବ । ଏହି ଫିଲ୍ମ ସେପ୍ଟେମ୍ବର ୯ ତାରିଖରେ ରିଲିଜ୍ ହେବାର ଥିଲା । ଫିଲ୍ମ ଡିଷ୍ଟ୍ରିବ୍ୟୁଟର ରିତେଶ ସିଧୱାନି ‘କେଜିଏଫ-୨’ ସିନେମା ହଲଗୁଡିକ ଖୋଲିବା ପରେ ଏହା ରିଲିଜ ହେବ ବୋଲି କହିଥିଲେ ।