ଭୁବନେଶ୍ୱର, (ଏସ୍ ନ୍ୟୁଜ): ପିପିଲି- ନିମାପଡା ଓଭରବ୍ରିଜ ଉପରୁ ଏକ କେଜି ୪୮ଗ୍ରାମ ଓଜନର ବ୍ରାଉନସୁଗାର ଏସଟିଏଫ୍ ପକ୍ଷରୁ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି । ଏହି ମାମଲାରେ ଇମତାଜ ଖାନ୍ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଗତ ଏକ ବର୍ଷ ମଧ୍ୟରେ ୩୫ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ ।