ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଯୋଜନାରେ ଘର ପାଇବାରୁ ବଂଚିତ କରବିା ପାଇଁ ବିଜେପିର ଷଡଯନ୍ତ୍ର ଅତଅନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତ ।
ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ, ଇଏ ହେଉଛି ସେହି ସମାନ କେନ୍ଦ୍ର ସରକାର ଯିଏ ଗ୍ରାମାଂଚଳ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡିଶାକୁ ପୁରସ୍କୃତ କରିଛି । ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ଗରିବ ଲୋକଙ୍କ ଅଧିକାରକୁ ନେଇ ବିଜେପି ରାଜନୀତି କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ପାଇବାରୁ ବଂଚିତ ଲାଗି ଷଡଯନ୍ତ୍ର କରୁଛି, ଯାହା କି ସେମାନଙ୍କର ଅଧିକାର ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।