ରାଜ୍ୟରେ ଖସିଛି କରୋନା ମିଟର,ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଥିବା ସହ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୦୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୧୭୩ ଜଣ, ବାଲେଶ୍ବରରୁ ୬୩ ଜଣ, ଜଗତସିଂହପୁରରୁ ୬୦ ଜଣ,ପୁରୀରୁ ୫୮ ଜଣ, ଯାଜପୁରରୁ ୫୭ ଜଣ, ଅନୁଗୁଳରୁ ୫୫ ଜଣ,ମୟୂରଭଞ୍ଜରୁ ୩୩ ଜଣ,କେନ୍ଦ୍ରାପଡ଼ାରୁ ୩୨ ଜଣ, ନୟାଗଡ଼ାରୁ ୨୫ ଜଣ, ସମ୍ବଲପୁରରୁ ୨୪ ଜଣ, ଭଦ୍ରକରୁ ୨୨ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ୧୬ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୧୫ ଜଣ,ଗଞ୍ଜାମରୁ ୧୨ ଜଣ,ରାୟଗଡ଼ାରୁ ୮ ଜଣ, ବରଗଡ଼, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ, ମାଲକାନଗିରିର ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ , ଝାରସୁଗୁଡ଼ା ଓ ସୋନୁପର ଜିଲ୍ଲାରୁ ୩ ଜଣ ଲେଖାଏଁ , କଳାହାଣ୍ଡି, କୋରାପୁଟ ଓ ନୂଆପଡ଼ା ଜିଳ୍ଳାରୁ ୩ ଜଣ ଲେଖାଏଁ,କଳାହାଣ୍ଡିରୁ ୨ ଜଣ, ଗଜପତିରୁ ଜଣେ ଏବଂ ଷ୍ଟେଟ୍ ପୋଲ୍‌ରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୦,୮୬୬ ଜଣକୁ ବୃଦ୍ଧି ପାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୮୪, ୭୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ବି ୧୩, ୦୦୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଆଜି ୧୬୫୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯,୬୫,୩୭୦ରେ ପହଞ୍ଚିଛି ଯାହାକି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।