ଆଇପିଏସ୍ ଅରୁଣ କୁମାର ରାୟଙ୍କୁ ଡିଜି ପାହ୍ୟା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ଡିଜିପି ଅଭୟଙ୍କୁ ବାଦ୍ ଦେଲେ ୧୯୮୬ ବ୍ୟାଚର ବିକେ ଶର୍ମା, ୧୯୮୮ ବ୍ୟାଚ୍ ଆଇପିଏସ ମନୋଜ କୁମାର ଛାବ୍ରା, ଏମ୍ . ଅକ୍ଷୟ ଓ ସନ୍ତୋଷ କୁମାର ଉପାଧ୍ୟାୟ ଡିଜି ପାହ୍ୟାରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ୨ଟି କ୍ୟାଡ଼ର ଓ ୨ଟି ଏକ୍ସ-କ୍ୟାଡ଼ର ପଦବୀ ଥିବାବେଳେ ସରକାର ଇତିମଧ୍ୟରେ ୨ଟି ଅଧିକ ଡିଜି ପଦବୀ ସୃଷ୍ଟି କରିସାରିଛନ୍ତି । ଅବଶ୍ୟ ଏହି ଦୁଇ ପଦବୀକୁ ଏପର୍ଯ୍ୟନ୍ତ ୟୁପିଏସସି ଅନୁମୋଦନ ମିଳିନଥିବା ଗୃହ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ସାଧରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ବ୍ୟାଚ୍ ଆଇପିଏସ୍ ତଥା ଏଡିଜି(କମ୍ୟୁନିକେସନ) ଅରୁଣ କୁମାର ରାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିିଳିଛି। ଏହାସହିତ ଓଡ଼ିଶାରେ ଡିଜି ପାହ୍ୟାରେ ଅବସ୍ଥାପିତ ଅଫିସରଙ୍କ ସଂଖ୍ୟା ୬ରେ ପହଂଚିଛି। ତେବେ ଡିଜି ପାହ୍ୟାରେ ମୋଟ ୪ ଜଣ ଅଫିସରଙ୍କୁ ନିଯୁକ୍ତି ଦେବାର ନିୟମ ଥିଲେ ମଧ୍ୟ ଆଇପିଏସ ତୁଷ୍ଟିକରଣ ନୀତିରେ ସରକାର ଏବେ ଅଧିକ ୨ଟି ଡିଜି ପାହ୍ୟାର ପଦବୀ ସୃଷ୍ଟି କରିଥିବା ଜଣାପଡ଼ିଛି। ଆଇଏଏସ ଅଫିସରମାନଙ୍କୁ ମଧ୍ୟ ଅନୁରୂପ ପଦୋନ୍ନତି ଦେଇ ତୁଷ୍ଟୀକରଣ କରିଛନ୍ତି I ସେ ଯେଉଁଦିନଠୁ ଏହି ପଦୋନ୍ନତିପ୍ରାପ୍ତ ପଦବୀ ଗ୍ରହଣ କରିବେ ସେବେଠୁ ସେ ଡିଜି ପାହ୍ୟାର ସୁବିଧାସୁଯୋଗ ପାଇବେ । ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଇପିଏସ୍ ଶ୍ରୀ ରାୟଙ୍କୁ ଏଡିଜି କମ୍ୟୁନିକେସନ୍ ଭାବେ ନିଯୁକ୍ତି ମିଳିଥିଲା।